ବାହନ ର ସୁରକ୍ଷା। ଇଞ୍ଜିନ ର ଗୁଣବତ୍ତା।।
ଇଞ୍ଜିନ ଓଇଲ ର ଗୁଣବତ୍ତା ଯାନର ପରିଣାମଶୀଳତା ଓ ଇଞ୍ଜିନର ଆୟୁକୁ ସିଧାସଳଖ ପ୍ରଭାବିତ କରେ। ଭଲ ଗୁଣବତ୍ତାର ଇଞ୍ଜିନ ଅଇଲ ବ୍ୟବହାର କଲେ ଇଞ୍ଜିନ ସ୍ମୁଥ୍ ଭାବରେ କାମ କରେ, ଘର୍ଷଣ କମିଯାଏ ଏବଂ ଇଞ୍ଜିନ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହେ। ସେହିପାଇଁ ଠିକ୍ ଓ ଭଲ ଗୁଣବତ୍ତାର ଅଇଲ ବାଛିବା ବହୁତ ଆବଶ୍ୟକ। ପ୍ରଥମେ, ଇଞ୍ଜିନ ଅଇଲ ର ଗ୍ରେଡ୍ ଓ ଭିସକୋସିଟି (Viscosity) ଦେଖିବା ଦରକାର। ସାଧାରଣତଃ 10W-30, 20W-40 ପରି ନମ୍ବର ଥାଏ, ଯାହା ଅଇଲ ର ପତଳାପଣ ଓ ଗାଢ଼ାପଣକୁ ଦର୍ଶାଏ। ନିଜ ଯାନ ନିର୍ମାତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଠିକ୍ ଗ୍ରେଡ୍ ବାଛିବା ଉଚିତ। ଭୁଲ୍ ଗ୍ରେଡ୍ ର ଅଇଲ ବ୍ୟବହାର କଲେ ଇଞ୍ଜିନ ର କାମ କରିବାର କ୍ଷମତା କମିଯାଏ। ଦ୍ୱିତୀୟତଃ, ଭଲ ଅଏଲ ର API (American Petroleum Institute) ଓ ISI ଭଳି ସର୍ଟିଫିକେସନ୍ ଥାଏ। ଏହି ମାର୍କ ଗୁଡ଼ିକ ଦର୍ଶାଏ ଯେ ଅଇଲ ନିର୍ଦ୍ଦିଷ୍ଟ ମାନକ ଅନୁସାରେ ତିଆରି ହୋଇଛି। ତେଣୁ ଅଇଲ କିଣିବା ସମୟରେ ଏହି ଚିହ୍ନଗୁଡ଼ିକ ଦେଖିବା ଆବଶ୍ୟକ। ତୃତୀୟତଃ, ଅଇଲ ରଙ୍ଗ ଓ ପତଳାପଣ ମଧ୍ୟ ଗୁଣବତ୍ତାକୁ ଦର୍ଶାଏ। ନୂତନ ଅଏଲ ସାଧାରଣତଃ ସ୍ପଷ୍ଟ ଓ ହାଲୁକା ରଙ୍ଗର ହୋଇଥାଏ। ଯଦି ଅଇଲ ବହୁତ କଳା କିମ୍ବା ଘନ ହୋଇଯାଇଛି, ତେବେ ସେହି ଅଏଲ ପୁରୁଣା ହୋଇପାରେ ଏବଂ ପରିବର୍ତ୍ତନ କରିବା ଦରକାର। ଚତୁର୍ଥତଃ, ଭଲ ଗୁଣବତ୍ତାର ଅଏଲ ଇଞ୍ଜିନକୁ ସଫା ରଖିଥାଏ ଏବଂ ଧୁଳି, କାର୍ବନ୍ ଓ ଧାତୁର କଣା...