ବାହନ ର ସୁରକ୍ଷା। ଇଞ୍ଜିନ ର ଗୁଣବତ୍ତା।।

 ଇଞ୍ଜିନ ଓଇଲ ର ଗୁଣବତ୍ତା ଯାନର ପରିଣାମଶୀଳତା ଓ ଇଞ୍ଜିନର ଆୟୁକୁ ସିଧାସଳଖ ପ୍ରଭାବିତ କରେ। ଭଲ ଗୁଣବତ୍ତାର ଇଞ୍ଜିନ ଅଇଲ ବ୍ୟବହାର କଲେ ଇଞ୍ଜିନ ସ୍ମୁଥ୍ ଭାବରେ କାମ କରେ, ଘର୍ଷଣ କମିଯାଏ ଏବଂ ଇଞ୍ଜିନ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହେ। ସେହିପାଇଁ ଠିକ୍ ଓ ଭଲ ଗୁଣବତ୍ତାର ଅଇଲ ବାଛିବା ବହୁତ ଆବଶ୍ୟକ।


ପ୍ରଥମେ, ଇଞ୍ଜିନ ଅଇଲ ର ଗ୍ରେଡ୍ ଓ ଭିସକୋସିଟି (Viscosity) ଦେଖିବା ଦରକାର। ସାଧାରଣତଃ 10W-30, 20W-40 ପରି ନମ୍ବର ଥାଏ, ଯାହା ଅଇଲ ର ପତଳାପଣ ଓ ଗାଢ଼ାପଣକୁ ଦର୍ଶାଏ। ନିଜ ଯାନ ନିର୍ମାତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଠିକ୍ ଗ୍ରେଡ୍ ବାଛିବା ଉଚିତ। ଭୁଲ୍ ଗ୍ରେଡ୍ ର ଅଇଲ ବ୍ୟବହାର କଲେ ଇଞ୍ଜିନ ର କାମ କରିବାର କ୍ଷମତା କମିଯାଏ।

ଦ୍ୱିତୀୟତଃ, ଭଲ ଅଏଲ ର API (American Petroleum Institute) ଓ ISI ଭଳି ସର୍ଟିଫିକେସନ୍ ଥାଏ। ଏହି ମାର୍କ ଗୁଡ଼ିକ ଦର୍ଶାଏ ଯେ ଅଇଲ ନିର୍ଦ୍ଦିଷ୍ଟ ମାନକ ଅନୁସାରେ ତିଆରି ହୋଇଛି। ତେଣୁ ଅଇଲ କିଣିବା ସମୟରେ ଏହି ଚିହ୍ନଗୁଡ଼ିକ ଦେଖିବା ଆବଶ୍ୟକ।

ତୃତୀୟତଃ, ଅଇଲ ରଙ୍ଗ ଓ ପତଳାପଣ ମଧ୍ୟ ଗୁଣବତ୍ତାକୁ ଦର୍ଶାଏ। ନୂତନ ଅଏଲ ସାଧାରଣତଃ ସ୍ପଷ୍ଟ ଓ ହାଲୁକା ରଙ୍ଗର ହୋଇଥାଏ। ଯଦି ଅଇଲ ବହୁତ କଳା କିମ୍ବା ଘନ ହୋଇଯାଇଛି, ତେବେ ସେହି ଅଏଲ ପୁରୁଣା ହୋଇପାରେ ଏବଂ ପରିବର୍ତ୍ତନ କରିବା ଦରକାର।

ଚତୁର୍ଥତଃ, ଭଲ ଗୁଣବତ୍ତାର ଅଏଲ ଇଞ୍ଜିନକୁ ସଫା ରଖିଥାଏ ଏବଂ ଧୁଳି, କାର୍ବନ୍ ଓ ଧାତୁର କଣା ଗୁଡ଼ିକୁ ଜମା ହେବାରୁ ରୋକେ। ଏହା ଇଞ୍ଜିନର ଭିତରେ ସୁରକ୍ଷା ପତ୍ର ସୃଷ୍ଟି କରି ଘର୍ଷଣ କମାଇ ଥାଏ। ଏହା ସହିତ ଅଏଲ କିଣିବା ସମୟରେ ବ୍ରାଣ୍ଡ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର। ଭଲ ଏବଂ ବିଶ୍ୱସନୀୟ ବ୍ରାଣ୍ଡର ଅଏଲ ବ୍ୟବହାର କରିଲେ ଗୁଣବତ୍ତା ନିଶ୍ଚିତ ହୁଏ। ଅଜଣା କିମ୍ବା ଖୁବ ସସ୍ତା ଅଏଲ ବ୍ୟବହାର କଲେ ଇଞ୍ଜିନର କ୍ଷତି ହୋଇପାରେ।


ସମୟ ସମୟରେ ଅଏଲ ଲେଭେଲ୍ ଚେକ୍ କରିବା ମଧ୍ୟ ଜରୁରୀ। ଯଦି ଅଏଲ ଲେଭେଲ୍ କମିଯାଏ କିମ୍ବା ଅଏଲ ବହୁତ ଗାଢ଼ା ହୋଇଯାଏ, ତେବେ ସମୟରେ ପରିବର୍ତ୍ତନ କରିବା ଉଚିତ। ଏହା ଇଞ୍ଜିନକୁ ଖରାପ ହେବାରୁ ବଞ୍ଚାଏ।

ସାରକଥା, ଭଲ ଗୁଣବତ୍ତାର ଇଞ୍ଜିନ ଅଏଲ ବାଛିବା ପାଇଁ ଗ୍ରେଡ୍, ସର୍ଟିଫିକେସନ୍, ରଙ୍ଗ, ବ୍ରାଣ୍ଡ ଏବଂ ନିଜ ଯାନର ଆବଶ୍ୟକତାକୁ ଧ୍ୟାନ ଦେବା ଆବଶ୍ୟକ। ଏହି ସବୁ ଦିଗକୁ ମନେ ରଖି ଅଏଲ ବ୍ୟବହାର କଲେ ଆପଣଙ୍କର ଇଞ୍ଜିନ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ, ସୁରକ୍ଷିତ ଓ ସ୍ମୁଥ୍ ଭାବରେ କାମ କରିବ।

Comments

Popular posts from this blog

इंजन ऑयल की गुणवत्ता कैसे जांचें और अपनी गाड़ी के लिए सही ऑयल कैसे चुनें ?